ନବ ଦାସଙ୍କ ହତ୍ୟା ମାମଲା: ଝାରସୁଗୁଡାରୁ ଚୌଦ୍ୱାର ଜେଲ ଗଲା ଅଭିଯୁକ୍ତ ଗୋପାଳ ଦାସ

ଭୁବନେଶ୍ୱର,୧୪/୨:ଝାରସୁଗୁଡାରୁ ଚୌଦ୍ୱାର ଜେଲ ଗଲା ଅଭିଯୁକ୍ତ ଗୋପାଳ ଦାସ । କୋର୍ଟଙ୍କ ଅନୁମତି ପରେ ଝାରସୁଗୁଡା ସବଜେଲରୁ ଗୋପାଳକୁ ସ୍ଥାନାନ୍ତର କରାଯାଇଛି । ସୁରକ୍ଷାଦୃଷ୍ଟିରୁ ଗୋପାଳକୁ ସ୍ଥାନାନ୍ତର ପାଇଁ କୌର୍ଟ ଅନୁମତି ଦେଇଛନ୍ତି ।  ମନ୍ତ୍ରୀ ନବଦାସ ହତ୍ୟାକାଣ୍ଡକୁ ୧୭ ଦିନ ହେଲା । କିନ୍ତୁ ହତ୍ୟାକାଣ୍ଡ ପଛର କାରଣ ଏବେ ବି ରହସ୍ୟ ହୋଇ ରହିଛି । ଅନ୍ୟପଟେ କ୍ରାଇମବ୍ରାଂଚ ନବ ଦାସଙ୍କ ହତ୍ୟା ମାମଲା ର ରହସ୍ୟ ଖୋଜିବାରେ ଲାଗିଛି। ଏହାସହ ରିମାଣ୍ଡରେ ଅଭିଯୁକ୍ତ ଗୋପାଳକୁ ନେଇ ପଚରାଉଚରା କରୁଛି।