ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ପୂରିଲା ୪ ବର୍ଷ, ସହିଦ ଯବାନଙ୍କୁ ମନେପକାଉଛି ସାରା ଦେଶ

ନୂଆଦିଲ୍ଲୀ,୧୪/୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ପୂରିଲା ୪ ବର୍ଷ । ୧୪ ଫେବ୍ରୁଆରୀ ୨୦୧୯ରେ ସିଆରପିଏଫ୍ ଉପରେ ଆକ୍ରମଣ କରି ଆତଙ୍କବାଦୀ ହମଲା କରିଥିଲେ । ୪୦ ଯବାନଙ୍କୁ ହରାଇଥିଲା ଦେଶ ।

୧୪ ଫେବ୍ରୁଆରୀ ୨୦୧୯ ରେ ଜୈସ ଏ- ମ ହମ୍ମଦର ଆତଙ୍କବାଦୀ ଶ୍ରୀନଗର ଜାମ୍ମୁ ଜାତୀୟ ରାଜପଥରେ ସିଆରପିଏଫ୍ ଯବାନଙ୍କ ବିସ୍ଫୋରକ ଗାଡ଼ିକୁ ଧକ୍କା ଦେଇଥିଲା । ଏହି ଆତ୍ମଘାତୀ ଆକ୍ରମଣରେ ସିଆରପିଏଫର ୪୦ ଯବାନ ସହିଦ ହୋଇଥିଲେ । ସିଆରପିଏଫର ପ୍ରାୟ ୨୫ଶହ ଯବାନ ଜମ୍ମୁରୁ ଶ୍ରୀନଗର ଯାଉଥିବା ବେଳେ ଘଟିଥିଲା ଛାତିଥରା ଘଟଣା । ଦେଶ ୧୨ ଦିନରେ ପାକିସ୍ତାନ ଠାରୁ ଏହାର ପ୍ରତିଶୋଧ ନେଇଥିଲା । ୨୬ ଫେବୃଆରୀ ରାତିରେ ଭାରତୀୟ ବାୟୁସେନାର ୧୨ ମିରାଜ୍-୨୦୦୦ ଫାଇଟର ଜେଟ୍ ଏଲଓସି ପାର୍‌ କରି ବାଲାକୋଟ ଏୟାରଷ୍ଟ୍ରାଇକ କରି ଜୌସ-ଏ -ମହମ୍ମଦର ଆତଙ୍କବାଦୀ ଅଡ୍ଡାକୁ ଧୂଳିସାତ୍ କରିଦେଇଥିଲେ ।