ଆସନ୍ତା ୧୬ରେ ହେବ ନାହିଁ ଦିଲ୍ଲୀ ମହାନଗର ନିଗମ ମେୟର ନିର୍ବାଚନ, ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ନିଷ୍ପତ୍ତି

ନୂଆଦିଲ୍ଲୀ,୧୩/୨: ଆସନ୍ତା ୧୬ରେ ହେବ ନାହିଁ ଦିଲ୍ଲୀ ମହାନଗର ନିଗମ  ମେୟର ନିର୍ବାଚନ। ସୁପ୍ରିମକୋର୍ଟ ଫେବ୍ରୁଆରି ୧୭ରେ ଏହି ମାମଲାର ଶୁଣାଣି କରିବେ। ଏମସିଡି ମେୟର ନିର୍ବାଚନକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି ଯେ ମନୋନୀତ କାଉନସିଲରମାନେ ଭୋଟ୍ ଦେଇପାରିବେ ନାହିଁ । ଉପରାଜ୍ୟପାଳ ଏବଂ ଅନ୍ୟମାନେ ନିର୍ବାଚନ ସ୍ଥଗିତ ରଖିବାକୁ ପ୍ରସ୍ତୁତ ବୋଲି କହିବା ପରେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଉପରାଜ୍ୟପାଳଙ୍କଦ୍ବାରା ମନୋନୀତ ୧୦ଜଣ କାଉନ୍‌ସିଲର୍‌ଙ୍କୁ ଭୋଟ୍‌ ଦେବା ଲାଗି ଅନୁମତି ନ ମିଳିବା ପ୍ରସଙ୍ଗକୁ ନେଇ ‘ବିଜେପି’ ଓ ‘ଆପ୍‌’ କାଉନ୍‌ସିଲର୍‌ଙ୍କ ମଧ୍ୟରେ ସଂଘର୍ଷ ଲାଗି ରହିଥିଲା। ଜାନୁଆରି ୬, ୨୪ ଓ ଫେବ୍ରୁଆରି ୬ ତାରିଖରେ ମେୟର୍‌ ନିର୍ବାଚନ ସମ୍ଭବପର ହୋଇ ପାରି ନଥିଲା। ଏହା ପରେ ଫେବ୍ରୁଆରି ୧୬ରେ ନିର୍ବାଚନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଚତୁର୍ଥ ଉଦ୍ୟମ ବି ବିଫଳ ହୋଇଛି।