କେନ୍ଦୁଝରକୁ ୪୭୦୩ କୋଟି ଟଙ୍କାର ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩/୨: ଆଜି କେନ୍ଦୁଝର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରେ ସେ  ୪୭୦୩ କୋଟି ଟଙ୍କାର ଭେଟି ଦେଇଛନ୍ତି । ଯେଉଁଥିରେ ୨୫୯ଟି ପ୍ରକଳ୍ପ ରହିଛି । ସେହିଭଳି ମିଶନ ଶକ୍ତିର ମା’ଙ୍କୁ ବିନା ସୁଧରେ ଋଣ ସହାୟତା ବାବଦକୁ ୩୭୮ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହି ସଭାରେ ଜୟ ମା’ ତାରିଣୀ କହି ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣ ଆରମ୍ଭ କରିଥିଲେ । ବିପ୍ଲବୀ ଧରଣୀଧରଙ୍କୁ ମନେ ପକାଇବା ସହ ନବୀନ କହିଥିଲେ, କେବଳ କେନ୍ଦୁଝର ନୁହେଁ ସାରା ଓଡ଼ିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଜି ଗୌରବର ଦିନ ।କେନ୍ଦୁଝରବାସୀଙ୍କ ବହୁ ଦିନର ଆଶା ପୂରଣ ହୋଇଛି । କେନ୍ଦୁଝରରେ ଡିଡି ମେଡିକାଲ କଲେଜର ଉଦଘାଟନ ହେଲା । ଏହା ରାଜ୍ୟର ୧୦ ମେଡିକାଲ କଲେଜ । ଆଶା କରୁଛି ଜିଲ୍ଲାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କ୍ୱାଲିଟେଟିଭ୍ ହେଲଥ କେୟାର ଯୋଗାଇଦେବାରେ ଏହା ସଫଳ ହେବ ।