ନବ ଦାସଙ୍କ ହତ୍ୟା ମାମଲା, କୋର୍ଟରେ ହାଜର ହେବା ପେର ଜେଲ ଗଲେ ଅଭିଯୁକ୍ତ ଗୋପାଳ

ଭୁବନେଶ୍ୱର,୧୩/୨: ନବ ଦାସଙ୍କ ହତ୍ୟା ମାମଲାରେ କୋର୍ଟରେ ହାଜର ହେବା ପେର ଜେଲ ଗଲେ ଅଭିଯୁକ୍ତ ଗୋପାଳ ଦାସ । ଆଜି ଝାରସୁଗୁଡା ଜେଏମଏଫସି କୋର୍ଟରେ ହାଜର କରାଇଛନ୍ତି କ୍ରାଇମବ୍ରାଞ୍ଚ । କଡାସୁରକ୍ଷା ବଳୟ ଭିତରେ ଗୁଜରାଟରୁ ଆସିବାପରେ ଗୋପାଳଙ୍କୁ ହାଜର କରାଯାଇଛି । ଏହା ପୂର୍ବରୁ ୫ ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ । ଆଜି ତୃତୀୟ ପାର୍ଯ୍ୟାୟ ରିମାଣ୍ଡ ଅବଧିର ଶେଷ ଦିନ ଥିଲା ।

ସେପଟେ ଅଭିଯୁକ୍ତ ଗୋପାଳ ବାବଦରେ କ୍ରାଇମବ୍ରାଞ୍ଚ ଦିନକୁ ଦିନ ନୂଆ ନୂଆ ତଥ୍ୟର ସାମ୍ନା କରୁଛି । ଗୋପାଳ ପୂର୍ବରୁ ପୁଲିସ ବିଭାଗରେ ଅନୁଷ୍ଟିତ ହୋଇଥିବା ବନ୍ଧୁକ ଚାଳନାରେ ସେ ଉତ୍ତମ ପ୍ରଦର୍ଶନ କରିଥିଲେ । ଗତବର୍ଷ ଡିସେମ୍ବର ମାସରେ ଜିଲ୍ଲା ପୁଲିସ ପକ୍ଷରୁ ତାଙ୍କୁ ଏ ନେଇ ପୁରସ୍କୃତ ମଧ୍ୟ କରାଯାଇଥିଲା । କ୍ରାଇମବ୍ରାଞ୍ଚ ଏସବୁ ଜାଣିବା ପରେ ଜିଲ୍ଲା ପୋଲିସକୁ ଏସବୁ ରେକର୍ଡ଼ ପ୍ରଦାନ କରିବାକୁ କହିଛି ।