ପୁଣିଥରେ ୪.୭ ତୀବ୍ରତାର ଭୂକମ୍ପରେ ଥରିଲା ତୁର୍କୀ

ନୂଆଦିଲ୍ଲୀ,୧୩/୨: ପୁଣି ତୁର୍କୀରେ ଭୂମିକମ୍ପ । ଏଥର ୪.୭ ତୀବ୍ରତାର ଭୂକମ୍ପରେ ଥରିଲା ତୁର୍କୀ । ତୁର୍କୀର କହରାମନମରାସ ସହରର ୨୪ କିଲୋମିଟର ଦକ୍ଷିଣରେ କେନ୍ଦ୍ରସ୍ଥଳ ହୋଇଛି । ଫଳରେ ଜୀବନ ବଞ୍ଚାଇବାକୁ ସୁରକ୍ଷିତ ସ୍ଥାନକୁ ପଳାଉଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଥିବା ଲୋକେ । ଭୂମିକମ୍ପ ପ୍ରପୀଡ଼ିତ ଅଞ୍ଚଳ ଛାଡ଼ି ଇସ୍ତାନ୍‌ବୁଲ୍‌, ଅଙ୍କାରା, ଅନ୍ତାଲା ଏବଂ ଅନ୍ୟାନ୍ୟ ନିରପଦ ଅଞ୍ଚଳକୁ ଚାଲିଯାଉଥିବା ଲୋକମାନଙ୍କ ପାଇଁ ରବିବାର ଦିନ ତୁର୍କୀ ଏୟାର୍‌ଲାଇନ୍‌ସ୍‌ ଏବଂ ପେଗାସସ୍‌ ଏୟାର୍‌ଲାଇନ୍‌ସ୍‌ ମାଗଣାରେ ଟିକେଟ୍‌ ଯୋଗାଇ ଦେବାକୁ ଘୋଷଣା କରିଛି। ଭୂମିକମ୍ପ ଦ୍ବାରା ପ୍ରଭାବିତ ହୋଇଥିବା ଜନସାଧାରଣଙ୍କୁ ସମସ୍ତ କଲେଜ, ବିଶ୍ବବିଦ୍ୟାଳୟ ହଷ୍ଟେଲ୍‌ ଏବଂ ଟୁରିଷ୍ଟ୍‌ ରସର୍ଟରେ ଥିବା ହୋଟେଲ୍‌ଗୁଡ଼ିକରେ ଆଶ୍ରୟ ଦିଆଯାଉଛି।