ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ପ୍ରଥମ ଭାଗ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୨/୨: ଆଜି ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ପ୍ରଥମ ଭାଗ ଅର୍ଥାତ ଦିଲ୍ଲୀ-ଦଉସା-ଲାଲସୋଟ ଭାଗ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ସହ ରାଜସ୍ଥାନର ଦଉସାଠାରେ ୧୮,୦୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ଜଣାପଡ଼ିଛି।

ଏହା ଉଦଘାଟନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ପ୍ରଥମ ଭାଗ ଦେଶକୁ ଉତ୍ସର୍ଗ କରି ଗର୍ବିତ ଅନୁଭବ କରୁଛି। ଏହା ଦେଶର ସବୁଠାରୁ ବଡ ଏବଂ ଆଧୁନିକ ଏକ୍ସପ୍ରେସୱେ ମଧ୍ୟରୁ ଅନ୍ୟତମ। ବିକଶିତ ଭାରତର ଏହା ଆଉ ଏକ ବଡ଼ ଚିତ୍ର। ଏହାସହ ଦଉସା ବାସିନ୍ଦା ଏବଂ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି।