ଡ୍ୟୁଟି ସମୟରେ ପୋଲିସକୁ ସୋସିଆଲ ମିଡିଆ ମନା

ଭୁବନେଶ୍ୱର,୧୧/୨: ଉତରପ୍ରଦେଶ ପୋଲିସ ବିଭାଗ ପାଇଁ ବଡ଼ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ଯୋଗୀ ସରକାର।ଡ୍ୟୁଟି ସମୟରେ ପୋଲିସକୁ ସୋସିଆଲ ମିଡିଆ ବ୍ୟବହାର କରିବା ପାଇଁ ଅନୁମତି ନାହିଁ। ସରକାରଙ୍କ ନିର୍ଦ୍ଦେଶାବଳୀ ମୁତାବିକ ଡ୍ୟୁଟିରେ ଥିବା ସମୟରେ କିମ୍ବା ବର୍ଦ୍ଦିରେ ଥିବା ବେଳେ ପୋଲିସ ବିଭାଗରେ କାର୍ଯ୍ୟରତ କୌଣସି ଅଧିକାରୀ ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ । ଏପରିକି ଡ୍ୟୁଟି ପରେ ବି ୟୁନିଫର୍ମରେ କୌଣସି ରିଲ୍ସ ଭିଡିଓ କରିପାରିବେ ନାହିଁ । ପୋଲିସ ଷ୍ଟେସନ କିମ୍ବା ଅନ୍ୟ କୌଣସି ସ୍ଥାନରୁ ଲାଇଭ ଟେଲିକାଷ୍ଟ ଉପରେ ବି କଟକଣା ଲଗାଇଛନ୍ତି ଯୋଗୀ ସରକାର ।