କରୋନାରେ ପିତାମାତାଙ୍କ ହରାଇଥିବା ପିଲାଙ୍କ ପାଇଁ ରାଜସ୍ଥାନ ସରକାରଙ୍କ ବଡ ଘୋଷଣା ମିଳିବ

ନୂଆଦିଲ୍ଲୀ,୧୦/୨: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟ ଆସନ୍ତା ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଏଥିରେ ସେ  କରୋନାରେ ନିଜର ପିତାମାତାଙ୍କୁ ହରାଇ ଅନାଥ ହୋଇଥିବା ପିଲାଙ୍କ ପାଇଁ ଏକ ଭଲ ଘୋଷଣା କରିଛନ୍ତି । ସେ କହିଛନ୍ତି କି କରୋନାରେ ଅନାଥ ହୋଇଯାଇଥିବା ପିଲାମାନେ ସାବାଳକ ହେବା ପରେ ସେମାନଙ୍କ ଯୋଗ୍ୟତା ମୁତାବକ ସେମାନଙ୍କୁ ସରକାରୀ ଚାକିରୀ ପ୍ରଦାନ କରାଯିବ । ଏହାସହ ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କୁ ଆଗାମୀ ଶିକ୍ଷାବର୍ଷ ଠାରୁ ୨ସେଟ ସ୍କୁଲ ୟୁନିଫର୍ମ ସରକାରଙ୍କ ତରଫରୁ ଯୋଗାଇ ଦିଆଯିବ ।