ଘନ କୁହୁଡ଼ି ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,୧୦/୨: ରାଜ୍ୟରେ ଏବେ ଶୀତ କମିଛି । ଘନ କୁହୁଡ଼ି ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼,କଟକ, ଜଗତସିଂହପୁର, କନ୍ଧମାଳରେ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟର ବାକି ଅଞ୍ଚଳରେ ବି ସକାଳୁ ପାଗ କୁହୁଡ଼ିଆ ରହିବ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଗତକାଲି ବି କଟକ, ଜଗତ୍‌ସିଂହପୁର, ପୁରୀ, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରେ ସକାଳୁ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଥିଲା । ସେପଟେ, ରାଜଧାନୀ ଉପକଣ୍ଠରେ ୧୦ ମିଟର ଦୂରକୁ ଦେଖାଯାଉନି ମୁହଁ । କୁହୁଡି ଚାଦରରେ ଢାଙ୍କି ହୋଇ ରହିଥିଲା ଭୁବନେଶ୍ୱର ।