ତଳକୁ ଖସିଲେ ଆଦାନୀ, ଉପରକୁ ଉଠିଲେ ଅମ୍ବାନୀ

ନୂଆଦିଲ୍ଲୀ,୯/୨: ଧନୀ ତାଲିକାରେ ସାମିଲ ଥିବା ଭାରତୀୟ ବ୍ୟବସାୟୀ ଗୌତମ ଆଦାନୀ ଓ ମୁକେଶ ଆମ୍ବାନୀଙ୍କ ସମ୍ପତ୍ତିକୁ ନେଇ ଆମେରିକାର ରିସର୍ଚ୍ଚ ଫାର୍ମ ହିଣ୍ଡେନବର୍ଗ ରିପୋର୍ଟ ଦେଇଥିଲା। ଏହାପରେ ବିଶ୍ୱ ଧନୀ ତାଲିକାର ୪ ନମ୍ବର ସ୍ଥାନରେ ଥିବା ଗୌତମ ଆଦାନୀ ତଳକୁ ତଳକୁ ଖସିବାରେ ଲାଗିଛନ୍ତି । ହେଲେ ମୁକେଶ ଅମ୍ବାନୀ ପୁଣିଥରେ ବିଶ୍ୱ ଧନୀ ତାଲିକାର ୧୦ ନମ୍ବର ସ୍ଥାନରେ ପହଂଚିଯାଇଛନ୍ତି ।

ସୂଚନାଯୋଗ୍ୟ ଯେ ଫୋବର୍ସ ରିଅଲ ଟାଇଟ ବିଲିଓନାରୀ ଇଣ୍ଡେକ୍ସ ମୁତାବକ ରିଲିଆନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଚେୟାରମ୍ୟାନ ତଥା ଏସିଆ ମହାଦେଶର ସବୁଠାରୁ ଧନୀବ୍ୟକ୍ତି ମୁକେଶ ଆମ୍ବାନୀଙ୍କ ମୋଟ ସମ୍ପତ୍ତି ୨୪ ଘଂଟା ମଧ୍ୟରେ ଏକ ଆରବ ଡଲାରରୁ ଅଧିକ ବୃଦ୍ଧି ପାଇଛି । ଏହାସହ ସେ ପୁଣିଥରେ ବିଶ୍ୱ ଧନୀ ତାଲିକାର ୧୦ ନମ୍ବର ସ୍ଥାନରେ ପହଂଚିଛନ୍ତି ।