ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଲେ ଅଜିତ ଡୋଭାଲ

ମସ୍କୋ,୯।୨: ରୁଷିଆ-ୟୁକ୍ରେନ ଯୁଦ୍ଧ ଏବେ ବି ଥମିନି। ଏହାରି ମଧ୍ୟରେ  ଆଜି ଭାରତୀୟ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ରୁଷିଆରେ ଭାରତୀୟ ଦୂତାବାସ ଏହି ବିଷୟରେ ସୂଚନା ଦେଇଛି। ରାଷ୍ଟ୍ରପତି ପୁଟିନଙ୍କ ସହ ସାକ୍ଷାତ ସମୟରେ ଏନଏସଏ ଅଜିତ ଡୋଭାଲ ଦ୍ୱିପାକ୍ଷିକ ତଥା ଆଞ୍ଚଳିକ ପ୍ରସଙ୍ଗରେ ବ୍ୟାପକ ଆଲୋଚନା କରିଛନ୍ତି। ଭାରତ-ରୁଷିଆର ରଣନୀତିକ ଭାଗିଦାରୀକୁ କାର୍ଯ୍ୟକାରୀ କରିବା ଦିଗରେ କାର୍ଯ୍ୟ ଜାରି ରଖିବାକୁ ମଧ୍ୟ ସହମତ ହୋଇଥିଲା। ସୂଚନାଯୋଗ୍ୟ ଯେ ଆଫଗାନିସ୍ତାନ ଉପରେ ବହୁପକ୍ଷୀୟ ସୁରକ୍ଷା ଉପରେ ଏକ ବୈଠକରେ ଯୋଗଦେବା ପାଇଁ ଡୋଭାଲ ମସ୍କୋ ଯାଇଛନ୍ତି।