ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମ୍ୟାଚର ତାରିଖ ଘୋଷଣା

ନୂଆଦିଲ୍ଲୀ,୮/୨: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମ୍ୟାଚ୍ ପାଇଁ ତାରିଖ ଘୋଷଣା କରିଛି ଆଇସିସି । ୨୦୨୧-୨୩ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ ମ୍ୟାଚ୍ ଜୁନ୍ ୭ ତାରିଖରୁ ୧୧ ତାରିଖ ଯାଏଁ ଖେଳାଯିବ । ଜୁନ୍ ୧୨ ତାରିଖକୁ ରିଜର୍ଭ ଡେ ଭାବେ ରଖାଯାଇଛି । ତେବେ ଏହା ପୂର୍ବରୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲର ପ୍ରଥମ ସଂସ୍କରଣ ଭାରତ-ନ୍ୟୁଜିଲାଣ୍ଡ ଭିତରେ ଖେଳାଯାଇଥିଲା, ଏହି ମ୍ୟାଚ୍ ସେତେବେଳଏ ସାଉଥ୍ ହମ୍ପଟନରେ ଖେଳାଯାଇଥିଲା । ଏହି ଫାଇନାଲ୍ ମ୍ୟାଚରେ ବିଜୟ ହାସଲ କରି ଟେଷ୍ଟ ଚାମ୍ପିୟନ୍ ହୋଇଥିଲା ନ୍ୟୁଜିଲାଣ୍ଡ ।