ଆସନ୍ତା ଦୁଇ ଦିନରେ ରାଜ୍ୟରେ କମିପାରେ ଶୀତ !

ଭୁବନେଶ୍ବର,୭/୨: ଗତକାଲି ରାତିରୁ ରାଜ୍ୟର ତାପମାତ୍ରା ଧୀରେଧୀରେ ବଢ଼ିବା ଆରମ୍ଭ କରିଛି। ତଥାପି ରାଜ୍ୟର ଅଧିକାଂଶ ଜିଲ୍ଲାରେ ଜାଡ଼ ଜାରି ରହିଛି। ଘୁ. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ୬.୫ ଡିଗ୍ରି ରହିଥିଲା। ସୁନ୍ଦରଗଡ଼ ଓ କୋରାପୁଟରେ ରାତି ତାପମାତ୍ରା ୯.୫ ଡିଗ୍ରି ରେକର୍ଡ ହୋଇଛି। ସେହିଭଳି ଗତ ରାତିରେ ଭୁବନେଶ୍ବରର ସର୍ବନିମ୍ନ ୧୪.୯ ଡିଗ୍ରି ଓ କଟକରେ ୧୫.୫ ଡିଗ୍ରି ରହିଥିଲା। ଆସନ୍ତା ୨ ଦିନରେ ରାଜ୍ୟର ତାପମାତ୍ରା ଆହୁରି ୨ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଫଳରେ ଶୀତ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।