ଭାରତରେ ୬ଜଣଙ୍କଠାରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ

ନୂଆଦିଲ୍ଲୀ, ୨୯ା୧୨: ଦେଶରେ ଧିରେ ଧିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମି ଆସୁଥିବା ବେଳେ ଚିନ୍ତା ବଢ଼ାଇଛି କରୋନର ନୂଆ ଷ୍ଟ୍ରେନ । ଏହାରି ମଧ୍ୟରେ ଭାରତରେ ଆଜି ୬ଜଣଙ୍କଠାରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଛି । ସେହି ୬ଜଣଙ୍କଠାରେ କରୋନାର ବ୍ରିଟେନ ଷ୍ଟ୍ରେନ ଚିହ୍ନଟ ହୋଇଛି । ୟୁକେର ନୂଆ ଷ୍ଟ୍ରେନ ଚିହ୍ନଟ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଚିହ୍ନଟ ହୋଇଥିବା ୬ଜଣଙ୍କ ମଧ୍ୟରୁ ବେଙ୍ଗଲୁରୁ ରୁ ୩ଜଣ, ହାଇଦ୍ରାବାଦରୁ ୨ଜଣ ଓ ପୁଣେ ଲ୍ୟାବରେ ଜଣେ ବ୍ୟବକ୍ତି ଚିହ୍ନଟ ହୋଇଛନ୍ତି ।