କୋରାପୁଟରେ ୫-ଟି ସଚିବ, ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥଙ୍କୁ ଦର୍ଶନ କଲେ

କୋରାପୁଟ,୪/୨: ଶାବର ଶ୍ରୀକ୍ଷେତ୍ର କୋରାପୁଟ ଗସ୍ତ କରିଛନ୍ତି ୫ଟି ସଚିବ ଭି କାର୍ତ୍ତିକେୟନ ପଣ୍ଡିଆନ। ତାଙ୍କର ଏହି ଗସ୍ତରେ ସେ ପ୍ରଥମେ କୋରାପୁଟ ଜଗନ୍ନାଥ ମନ୍ଦିର ଆସି ବଡ ଠାକୁରଙ୍କୁ ଦର୍ଶନ କରିଥିଲେ। ଏହାପରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାମାନଙ୍କ ସହିତ ଆଲୋଚନା କରିଥିଲେ। ମନ୍ଦିରରେ ଉପାସନା ଗୃହ ଓ ଅଡିଟରିୟମ୍ ନିର୍ମାଣ ପାଇଁ ପରିଚାଳନା କମିଟି ପକ୍ଷରୁ ତାଙ୍କୁ ଜଣାଇଥିଲେ।  ଏହାପରେ ସେ ମେଡିକାଲ୍ କଲେଜ ଗସ୍ତ କରି ବିଭିନ୍ନ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଥିଲେ। ନବ ନିର୍ମିତ ୬୫୦ ଶଯ୍ୟା ବିଶିଷ୍ଟ ଶୈଖିକ ଚିକିତ୍ସାଳୟର ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।