ଅର୍ଚ୍ଚନା ନାଗ ମାମଲାରେ ଚାର୍ଜସିଟ ଦାଖଲ କରିବ ଖଣ୍ଡଗିରି ଥାନା ପୋଲିସ

ଭୁବନେଶ୍ୱର,୨/୨: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ମାମଲା ରେ କମିଶନରେଟ୍ ପୋଲିସ କୋର୍ଟରେ ଚାର୍ଜସିଟ ଦାଖଲ କରିବ । ଖଣ୍ଡିଗିରି ଥାନା ପୋଲିସ ଏହି ଚାର୍ଜସିଟ୍ ଦାଖଲ କରିବ । କୋର୍ଟରେ ୨ହଜାରରୁ ଅଧିକ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯିବ । ତେବେ ଏହି ଚାର୍ଜସିଟରେ ଅର୍ଚ୍ଚନାଙ୍କ ହନିଟ୍ରାପ କାହାଣୀ ରହିଥିବା କୁହାଯାଉଛି । ପୂର୍ବରୁ ନୟାପଲ୍ଲୀ ଥାନା ପୋଲିସ ଚାର୍ଜସିଟ୍ ଦାଖଲ କରିଥିଲା । ସେପଟ୍, ଝାରପଡ଼ା ଜେଲ୍‌ରେ ଲ’ ପରୀକ୍ଷା ଦେଇଛନ୍ତି ଅର୍ଚ୍ଚନା ନାଗ । ପ୍ରଥମ ପେପର କୋଡ୍ ଅଫ୍ ସିଭିଲ୍ ପ୍ ରୋସିଜ୍ୟୁର-୧ ପରୀକ୍ଷା ଦେଇଥିଲେ ।ଏଥିପାଇଁ କ୍ୟାପିଟାଲ ଲ’ କଲେଜ ଓ ଝାରପଡ଼ା ଜେଲ କର୍ତ୍ତୃପକ୍ଷ ମିଳିତ ଭାବେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜେଲ ମାନୁଆଲ ଅନୁସାରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ପ୍ରଥମ ଦିନ ପରୀକ୍ଷାରେ କ୍ୟାପିଟାଲ ଲ’ କଲେଜରୁ ପ୍ରଶ୍ନ ପତ୍ର ଓ ଖାତା ସ୍ବତନ୍ତ୍ର ସୁରକ୍ଷାରେ ଜେଲ ପରିସରରେ ପହଞ୍ଚିଥିଲା। ପରେ କଲେଜ ପକ୍ଷରୁ ସ୍ବତନ୍ତ୍ର ଭାବେ ନିଯୁକ୍ତ ପରୀକ୍ଷକ ଓ ଜେଲରଙ୍କ ତତ୍ତ୍ବାବଧାନରେ ଅର୍ଚ୍ଚନା ପରୀକ୍ଷା ଦେଇଥିଲେ। ୧୭ ତାରିଖ ପର୍ଯ୍ୟନ୍ତ ୭ମ ‌ସେମିଷ୍ଟର ପରୀକ୍ଷା ଚାଲିବ ।