ବଜେଟ ୨୦୨୩-୨୪ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୧/୨: ଉପସ୍ଥାପନ ହେଲା ସାଧାରଣ ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରୁଛନ୍ତି ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ । ଏହା ଅମୃତ କାଳରେ ପ୍ରଥମ ବଜେଟ୍ ବୋଲି ସେ କହିଛନ୍ତି । ଏହି ବଜେଟ ପୂର୍ବ ବଜେଟର ମୂଳଦୂଆକୁ ଭିତ୍ତି କରି ହୋଇଛି । ମହିଳା, ଯୁବ, ଚାଷୀଙ୍କୁ ଫୋକସ କରାଯାଇଛି । PVTGଙ୍କ ଜୀବନ ଜୀବିକାରେ ସୁଧାର ପାଇଁ ସମସ୍ତ ସୁବିଧା ହେବ । ଏଥିପାଇଁ PMPVTGରେ ୧୫ ହଜାର କୋଟି ଟଙ୍କା ବ୍ୟବବରାଦ ହୋଇଛି । PVTG- ପ୍ରଧାନମନ୍ତ୍ରୀ ପଟିକୁଲାର ଭୁଲନେରେବୁଲ ଟ୍ରାଇବାଲ ଗ୍ରୁପ୍ କରାଯାଇଛି । ଏକଲବ୍ୟ ସ୍କୁଲ ଲାଗି ୩୮,୮୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ୧୦୯ ଲକ୍ଷ ଟଙ୍କା 5G ଆପ୍ଲିକେସନ ଡେଭଲପ୍ ପାଇଁ ଖର୍ଚ୍ଚ ହେବ । କ୍ୟାପିଟାଲ ଇନଭେସ୍ଟମେଣ୍ଟ ୧୦ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ୩୩% ରୁ ୧୦ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି, ଏହା GDPର ୩.୩% ।

କୃଷିକ୍ଷେତ୍ରରେ ଷ୍ଟାର୍ଟଅପକୁ ସୁଯୋଗ ଦିଆଯିବ । ଏଥି ସହିତ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ଫଣ୍ଡର ବ୍ୟବସ୍ଥା କରାଯିବ । ଗ୍ରୀନ୍ ଗ୍ରୋଥ ବଜେଟର ପ୍ରଥମ ପ୍ରାଥମିକତା । ପନିପରିବା ଚାଷ ପାଇଁ ବଜେଟରେ ୨୨୦୦ କୋଟି ବ୍ୟୟବରାଦ ହୋଇଛି । ଦେଶରେ କେହି ଯେପରି ଭୋକରେ ଶୋଇବେନି । ମାଗଣା ଚାଉଳ ଯୋଗାଇ ଦେବା ପାଇଁ ବଜେଟରେ ୨ ଲକ୍ଷ କୋଟିର ଘୋଷଣା କରାଯାଇଛି । ଏମଏସପି ବୃଦ୍ଧି ଦ୍ୱାରା ଚାଷୀଙ୍କ ଲାଭ ମିଳିଛି । କିଷାନ କ୍ରେଡିଟ୍ ଦ୍ୱାରା ଚାଷୀଙ୍କୁ ଲାଭ ମିଳିଛି । ୫୪ ହଜାର କୋଟି ମହିଳା ଚାଷୀଙ୍କୁ ମିଳିଛି । କୃଷି ଷ୍ଟାର୍ଟଅପ୍ ଖୋଲିବାକୁ ଏଏଏଫ୍ ଗଠନ ହେବ ।

ପିଏମ ଯୋଜନା ଅଧିନରେ ପ୍ରତି ପରିବାରକୁ ବାସଗୃହ ଯୋଗାଇବାକୁ ସମତଳ ଭୂମି ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯିବ । ପାହାଡିଆ ଅଞ୍ଚଳରେ ଘର ପାଇଁ ୧ ଲକ୍ଷ ୩୦ ହଜାର ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।