ସଂସଦର ବଜେଟ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ

ନୂଆଦିଲ୍ଲୀ,୩୧/୧: ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନକୁ ସମ୍ବୋଧିତ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବେ ରଖୁଛନ୍ତି ଅଭିଭାଷଣ । ଭାରତ ସ୍ୱାଧୀନତାର ୭୫ ବର୍ଷ ପୂରା କରିଥିବା ବେଳେ ଆଜାଦୀର ଅମୃତ କାଳରେ ପ୍ରବେଶ କରିଛି । ଏଥିରେ ଭାରତର ଗୌରବମୟ ଇତିହାସ ରହିଛି ଏବଂ ସ୍ୱର୍ଣ୍ଣିମ ଭବିଷ୍ୟତର ସଂକଳ୍ପ ରହିଛି । ଅମୃତ କାଳର ଏହି ୨୫ ବର୍ଷ ସମୟ ବିକଶିତ ଭାରତର ସମୟ । ନୂଆ ଭାରତ ନିର୍ମାଣର ଅବସର । ଆଉ ଏଥିପାଇଁ ଆମ ସମସ୍ତଙ୍କୁ ଏକ ହୋଇ କାମ କରିବାକୁ ହେବ ବୋଲିି ସେ  କହିଛନ୍ତି।