ବେଲଜିୟମକୁ ହରାଇ ହକି ବିଶ୍ୱକପ ଟାଇଟଲ ଜିତିଲା ଜର୍ମାନି

ଭୁବନେଶ୍ବର,୨୯/୧: ପୁରୁଷ ହକି ବିଶ୍ବକପ୍‌-୨୦୨୩ରେ ଜର୍ମାନି ଓ ବେଲଜି୍ୟମ ମଧ୍ୟ‌େରେ ଜୋରଦାର ଲଢ଼େଇ ହୋଇଛି। କଳିଙ୍ଗ ଷ୍ଟାଡିୟମରେ  ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ର ନିୟମିତ ସମୟରେ ଫଳାଫଳ ନବାହାରିବାରୁ ସୁଟ୍‌ଆଉଟ୍‌ ଖେଳାଯାଇଛି। ଏଥିରେ ଜର୍ମାନିର ବିଜୟ ହୋଇଛି। ଜର୍ମାନି ୩(୫)-୩(୪)‌ ଗୋଲ୍‌ରେ ଗତ ଚାମ୍ପିଅନ ବଲେଜିୟମ୍‌କୁ ପରାସ୍ତ କରି ପୁରୁଷ ହକି ବିଶ୍ବକପ୍‌ ଟ୍ରଫି ହାତେଇଛି। ଜର୍ମାନି ତୃତୀୟ ଥର ପାଇଁ ବିଶ୍ବକପ୍‌ ଟ୍ରଫି ହାସଲ କରିଛି। ଏହା ପୂର୍ବରୁ ୨୦୦୬ ଓ ୨୦୦୨ରେ ଜର୍ମାନି ବିଶ୍ବ ବିଜେତା ହୋଇଥିଲା।