୫-୨ ଗୋଲ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କଲା ଭାରତ

ଭୁବନେଶ୍ୱର,୨୮/୧: ପୁରୁଷ ହକି ବିଶ୍ବକପ୍‌-୨୦୨୩ର ପୋଜିସନ୍‌ ମ୍ୟାଚ୍‌ରେ ଭାରତ ବିଜୟ ହାସଲ କରିଛି। ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଶନିବାର ଭାରତ ୫-୨ ଗୋଲ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏଥି ସହିତ ଭାରତ ଚଳିତ ବିଶ୍ବକପ୍‌ରେ ୯ମ ସ୍ଥାନ ହାସଲ କରିଛି। କ୍ବାର୍ଟର ଫାଇନାଲ୍‌ ମ୍ୟାଚ୍‌ରେ ସାମିଲ ହୋଇପାରି ନଥିବା ଭାରତୀୟ ଦଳ ଗତ ୨୬ ତାରିଖରେ ଜାପାନକୁ ୮-୦ ଗୋଲ୍‌ରେ ପରାସ୍ତ କରିଥିଲା।