ମର୍ଣ୍ଣିଙ୍ଗ ୱାକରେ ଗଲାବେଳେ ଟ୍ରେନ ଧକ୍କାରେ ବଲାଙ୍ଗୀର ସାଂସଦଙ୍କ ସାନ ପୁଅ ମୃତ

ଭୁବନେଶ୍ୱର,୨୮/୧: ସୁବର୍ଣ୍ଣପୁରରେ ମର୍ଣ୍ଣିଙ୍ଗ ୱାକରେ ଗଲାବେଳେ ଡୁଙ୍ଗୁରିପାଲି ଫାଟକରେ ଟ୍ରେନ ଧକ୍କା ଦେଇଥିବା ବେଳେ ପୁର୍ବତନ ବଲାଙ୍ଗୀର ସାଂସଦ ବାଲଗୋପାଳ ମିଶ୍ରଙ୍କ ସାନ ପୁଅ ଅବିନାଶ ମିଶ୍ର ଙ୍କ ମୃତ୍ୟୁ ଘଟିଛି। ଡୁଙ୍ଗୁରିପାଲି – ରାମପୁର ରୋଡ଼ ରେଳ ଫାଟକ ଠାରେ ଆଜି ଭୋର ୫ ଟାରେ ପୁରୀ – ଦୁର୍ଗ ଇଣ୍ଟେରସିଟି ଏକ୍ସପ୍ରେସ ଟ୍ରେନ ଧକ୍କାରେ ଅବିନାଶ ମିଶ୍ର ନାମକ ଏକ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ଅବିନାଶ ଆଜି ସକାଳେ ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ତାଙ୍କୁ ଟ୍ରେନ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାରକାରୀ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।