ରାମଦେବଙ୍କ ଭବିଷ୍ୟବାଣୀ, ୪ ଖଣ୍ଡ ହୋଇଯିବ ପାକିସ୍ତାନ

ନୂଆଦିଲ୍ଲୀ,୨୭/୧: ବାବା ରାମଦେବ ପାକିସ୍ତାନକୁ ନେଇ ବଡ ବୟାନ ଦେଇଛନ୍ତି । ସେ ଭବିଷ୍ୟବାଣୀ କରିଛନ୍ତି ଯେ ଖୁବଶୀଘ୍ର ପାକିସ୍ତାନ ୪ ଭାଗରେ ବାଣ୍ଟି ହୋଇଯିବ । ଆଉ ସବୁଠୁ ବଡ କଥା ହେଲା, ପାକ୍ ଅଧିକୃତ କାଶ୍ମୀର ବା ପିଓକେ ଭାରତରେ ଥିବ । ବାଲୁଚିସ୍ତାନ, ପିଓକେ ଓ ପଞ୍ଜାବ ଭିନ୍ନ ରାଷ୍ଟ୍ର ହେବା ସହ ପାକିସ୍ତାନ ଛୋଟିଆ ଦେଶରେ ସୀମିତ ହୋଇ ରହିଯିବ । ଆଉ ଏଭଳି କହି ରାମଦେବ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ରାମଦେବ କହିଛନ୍ତି, ଖୁବଶୀଘ୍ର ପିଓକେ ଭାରତରେ ମିଶିବ । ପରେ ବାଲୁଚିସ୍ତାନ ମଧ୍ୟ ସ୍ୱତଃପ୍ରବୃତ ଭାବେ ଭାରତରେ ମିଶିବ । ଅନ୍ୟପଟେ ପଞ୍ଜାବ ଓ ସିନ୍ଧ ପ୍ରାନ୍ତର ଭାରତ ସହ ସାଂସ୍କୃତିକ ସମ୍ପର୍କ ଥିବାରୁ ଏହି ଅଞ୍ଚଳ ମଧ୍ୟ ଭାରତରେ ମିଶିବାରେ କୌଣସି ବାଧକ ରହିବନି । ଆଉ ଏହାଦ୍ୱାରା ଭାରତ ପୂରା ବିଶ୍ୱରେ ସୁପରପାୱାର ଭାବେ ଉଭା ହେବ । ସମୟର ଆହ୍ୱାନ କ୍ରମେ ଆଗାମୀ ଦିନରେ ଏହା ହିଁ ହେବାକୁ ଯାଉଛି ।