ମହାପ୍ରଭୁଙ୍କ ନୀତିକାନ୍ତିରେ ବିଳମ୍ବ

ଭୁବନେଶ୍ୱର,୨୭/୧: ମହାପ୍ରଭୁଙ୍କ ନୀତିକାନ୍ତିରେ ବିଳମ୍ବ। ସକାଳେ ହେଲା ମହାପ୍ରଭୁଙ୍କ ରାତ୍ର ପହୁଡ ନୀତି । ସକାଳ ୫ଟା ୫ ମିନିଟରେ ପହୁଡ଼ ନୀତି ଅନୁଷ୍ଠିତ ହୋଇଥିବା ବେଳେ ୭ଟାରେ ଦ୍ୱାର ଫିଟା ହୋଇଥିଲା । ସେହିପରି ୮ଟା ୫ରେ ମଙ୍ଗଳ ଆଳତୀ ଅନୁଷ୍ଠିତ ହୋଇଛି । ପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ସରସ୍ୱତୀ ପୂଜା ଓ ଚାଚେରୀ ବେଶ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଳମ୍ବ ହୋଇଥିଲା । ଦ୍ୱାର ଫିଟାରେ ବିଳମ୍ବ ହୋଇଥିବାରୁ ସକାଳୁ ସକାଳୁ ପ୍ରବଳ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା ।