ଲଞ୍ଚ ହେଲା ଦେଶର ପ୍ରଥମ ନାଜାଲ କୋଭିଡ ଟିକା

ନୂଆଦିଲ୍ଲୀ,୨୬/୧: ଗଣତନ୍ତ୍ର ଦିବସ ଅବସରରେ ଦେଶର ପ୍ରଥମ ନାଜାଲ କୋଭିଡ ଟିକା ଇନକୋଭାକକୁ ଲଞ୍ଚ କରାଯାଇଛି | ଏହି ଟିକା ନାକରେ ଦିଆଯିବ |କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିଆ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂ ଏହି ଟିକାକୁ ଲଂଚ କରିଛନ୍ତି। ଏହି ସ୍ୱଦେଶୀ ଟିକାକୁ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି | ଗତ ଶନିବାର ଦିନ କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ କୃଷ୍ଣ ଏଲା ଗଣତନ୍ତ୍ର ଦିବସ ଅବସରରେ ଏହାକୁ ଲଞ୍ଚ କରାଯିବ ବୋଲି ଘୋଷଣା କରିଥିଲେ। ସୂଚନାଯୋଗ୍ୟ ଯେ, ଗତ ବର୍ଷ ଡିସେମ୍ବରରେ ଭାରତ ବାୟୋଟେକ ଘୋଷଣା କରିଥିଲା ​​ଯେ ଏହି ଟିକାକୁ ସରକାରଙ୍କୁ ପ୍ରତି ସଟ ପିଛା ୩୨୫ ଟଙ୍କା ଏବଂ ଘରୋଇ ଟିକାକରଣ କେନ୍ଦ୍ରକୁ ୮୦୦ ଟଙ୍କାରେ ବିକ୍ରି କରିବ।