ଗଡିଲା ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ୍

ଭୁବନେଶ୍ୱର,୨୫/୧: ଗଡିଲା ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ୍ । ଆଇଆରସିଟିସି ପକ୍ଷରୁ ଏହି ଟ୍ରେନର ଶୁଭାରମ୍ଭ ହୋଇଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ ଓ ଜି.କିଷନ ରେଡ୍ଡୀଙ୍କ ଉପସ୍ଥିତିରେ ଏହି ଟ୍ରେନର ଶୁଭାରମ୍ଭ ହୋଇଛି । ନୂଆଦିଲ୍ଲୀରୁ ଏହି ଟ୍ରେନ ବାହାରି ଉତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଦେଇ ଓଡ଼ିଶାର ବିଭିନ୍ନ ତୀର୍ଥସ୍ଥାନ ଓ ଐତିହ୍ୟ ସ୍ଥଳୀକୁ ଯାତ୍ରା କରିବ । ଗସ୍ତ ସମୟରେ ପର୍ଯ୍ୟଟକମାନେ ପୁରୀର ଜଗନ୍ନାଥ ମନ୍ଦିର ପରିଦର୍ଶନ କରିବା ସହ ବାରଣାସୀ, ବୈଦ୍ୟନାଥ ଧାମ ଓ ଗୟା ବୁଲିପାରିବେ । ୮ ଦିନିଆ ଏହି ଟ୍ରେନ୍ ଯାତ୍ରାରେ ୫୨୮ ପର୍ଯ୍ୟଟକ ବିଭିନ୍ନ ତୀର୍ଥସ୍ଥାନ ବୁଲିପାରିବେ ।