ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ

ନୂଆଦିଲ୍ଲୀ,୨୫/୧: ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ଆଜି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ପତ୍ର ଲେଖି ସେ ନିଜର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଖୁବଶୀଘ୍ର ସେ କେ. ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତିରେ ବିଆରଏସରେ ସାମିଲ ହେବେ ବୋଲି କୁହାଯାଉଛି । ଗିରିଧର ଗମାଙ୍ଗ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ଓଡିଶାର ଲୋକଙ୍କ ପାଇଁ ଗଲା କିଛି ବର୍ଷ ଧରି ସେ ନିଜ ରାଜନୈତିକ, ସାମାଜିକ ଓ ନୈତିକ କର୍ତ୍ତବ୍ୟ କରିପାରିନାହାଁନ୍ତି । ସେଥିପାଇଁ ସେ ବିଜେପିରୁ ଇସ୍ତଫା ଦେଉଛନ୍ତି । ତେବେ ନିଜ ଇସ୍ତଫା ପତ୍ରରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଦେଇଛନ୍ତି ଗିରିଧର ଗମାଙ୍ଗୋ । ଅନ୍ୟପଟେ ତାଙ୍କ ପୁଅ ଶିଶିର ଗମାଙ୍ଗୋ ମଧ୍ୟ ବିଜେପି ଛାଡିଛନ୍ତି ।