ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ସ୍କୁଲରେ ପଢାହେବ ଗୀତା ଓ ରାମଚରିତମାନସ

ନୂଆଦିଲ୍ଲୀ,୨୪/୧: ଦେଶରେ ଭିନ୍ନ ଭିନ୍ନ ସ୍ଥାନରେ ରାମଚରିତମାନସକୁ ନେଇ ବିବାଦ ଲାଗିରହିଥିବା ବେଳେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ ବଡ ଘୋଷଣା କରିଛନ୍ତି । ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ଏଣିକି ଅନ୍ୟ ପାଠ ପଢାଯିବା ସହିତ ଗୀତା, ରାମଚରିତମାନସ ଏବଂ ରାମାୟାଣ ଉପରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଯିବ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ କହିଛନ୍ତି, ଆମର ଗୀତା, ଭାଗବତ, ରାମାୟଣ, ମହାଭାରତ, ବେଦ, ଗ୍ରନ୍ଥରେ ମନୁଷ୍ୟକୁ ନୈତିକଣା ଏବଂ ଉଚିତ୍ ମାର୍ଗରେ ଚାଲିବାର ପ୍ରେରଣା ମିଳିଥାଏ । ତେଣୁ ସରକାରୀ ବିଦ୍ୟାଳୟ ମାନଙ୍କରେ ଗୀତା, ଭାଗବତ ପଢାଯିବା ଉଚିତ୍ । ସେ ଆହୁରି ମଧ୍ୟ କହିଛନ୍ତି କି, ରାମଚରିତମାନସ ଭଳି ଗ୍ରନ୍ଥ ଲେଖିଥିବା ତୁଳସୀ ଦାସଙ୍କୁ ମୋର ପ୍ରଣାମ । ଏଭଳି ମହାପୁରୁଷଙ୍କ ଅପମାନ କରୁଥିବା ଲୋକଙ୍କୁ କୌଣସି ପରିସ୍ଥିତିରେ କ୍ଷମା କରାଯିବ ନାହିଁ । ଆଗକୁ ପ୍ରତିଟି ସରକାରୀ ସ୍କୁଲରେ ଗୀତା, ଭାଗବତ, ରାମଚରିତମାନସ ପାଠ ପଢାଯିବ ।