ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀଙ୍କ ସରକାରୀ ବାସଭବନରୁ ଚୋରି

ଭୁବନେଶ୍ବର,୨୨/୧: ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀଙ୍କ ରାଜଧାନୀରେ ଥିବା ସରକାରୀ କ୍ୱାର୍ଟରରେ ଚୋରି ହୋଇଥିବା ସୂଚନା ମିଳିଛି। ଭୁବନେଶ୍ୱରର ୟୁନିଟ-୬ ଅଞ୍ଚଳରେ ଥିବା ସରକାରୀ କ୍ୱାର୍ଟରରେ ଏପରି ଘଟଣା ଘଟିଛି। ପ୍ରବୋଧ ତିର୍କୀ ଓ ତାଙ୍କ ପରିବାର ଲୋକ ଘରେ ନଥିବା ବେଳେ ଏଭଳି ଅଘଟଣ ଘଟିଛି। ଏବେ ବିଶ୍ୱ କପ୍‌ ହକି ଚାଲିଥିବାରୁ ପ୍ରବୋଧ ରାଉରକେଲାରେ ଅଛନ୍ତି।ଚୋରମାନେ ସରକାରୀ ବାସଭବନରେ ଥିବା ପ୍ରବୋଧଙ୍କ ଟିଭି, କମ୍ପ୍ୟୁଟର ଓ ଅଳଙ୍କାର ଲୁଟି ନେଇଛନ୍ତି। ଏପରିକି ତାଙ୍କର ସ୍ୱର୍ଣ୍ଣପଦକକୁ ବି ଲୁଟିନେଇଛନ୍ତି ଚୋର। ଘଟଣା ସମ୍ପର୍କରେ ଜାଣିବା ପରେ ପ୍ରବୋଧ ଏନେଇ କ୍ୟାପିଟାଲ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।