ଆର୍ଜେଣ୍ଟିନାରେ ୬.୫ ତିବ୍ରତା ଭୂକମ୍ପ ଝଟକା

ନୂଆଦିଲ୍ଲୀ,୨୧/୧: ଆର୍ଜେଣ୍ଟିନାର କାର୍ଡୋବା ସହରରେ ଜୋରଦାର୍ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.୫ ରେକର୍ଡ କରାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳି କର୍ଡୋବା ସହର ଉତ୍ତର ପ୍ରାନ୍ତରେ ୫୧୭ କିଲୋମିଟର ଏବଂ ଭୂପୃଷ୍ଠ ଠାରୁ ୫୮୬ କିଲୋମିଟର ଗଭୀରତାରେ ରହିଛି । ଭୂମିକମ୍ପରେ କ୍ଷୟକ୍ଷତିକୁ ନେଇ କୌଣସି ସୂଚନା ମିଳିନାହିଁ । ଭୂକମ୍ପ ପରେ ଲୋକ ନିଜ ନିଜ ଘରୁ ବାହାରିକି ସୁରକ୍ଷିତ ସ୍ଥାନକୁ ଚାଲି ଯାଇଛନ୍ତି ।