ଥାନାରେ ହାଜର ହେଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ

ଭୁବନେଶ୍ୱର,୧୯/୧: ହ୍ୟୁମାନ ସାଗରଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପତ୍ନୀ ଶ୍ରୀୟା । ଏନେଇ ଉଭୟଙ୍କୁ କାଉନସେଲିଂ ପାଇଁ ହୋଇଥିଲା ସମନ । ଥାନାରେ ହାଜର ହେଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ । ହ୍ୟୁମାନଙ୍କ ନାଁରେ ଘରୋଇ ହିଂସା, ଶାରୀରିକ ଓ ମାନସିକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି ପତ୍ନୀ ଶ୍ରୀୟା । ପାରିବାରିକ ଅଶାନ୍ତି ଯୋଗୁଁ ପତ୍ନୀ କିଛି ମାସ ହେବ ବାଲେଶ୍ୱରରେ ଥିବା ବାପଘରକୁ ଚାଲିଯାଇଛନ୍ତି । ମଙ୍ଗଳବାର ଡିସିପିଙ୍କ ଅଫିସକୁ ଯାଇ ଏନେଇ ଅଭିଯୋଗ କରିଥିଲେ ପତ୍ନୀ ଶ୍ରୀୟା । ଡିସିପି ଏହି ଘଟଣାର ତଦନ୍ତ ପାଇଁ ମହିଳା ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଦୁହେଁ ଥାନାରେ ହାଜର ହୋଇଥିବା ବେଳେ ଦୁହିଁଙ୍କୁ ପଚରା ଉଚରା କରୁଛି ପୋଲିସ ।