ଟ୍ରକ୍‌ ଓ କାର୍‌ ମୁହାଁମୁହିଁ, ୯ ମୃତ

ନୂଆଦିଲ୍ଲୀ,୧୯/୧: ଆଜି ମୁମ୍ବାଇ-ଗୋଆ ରାଜପଥରେ ଟ୍ରକ୍‌ ଓ କାର୍‌ ମୁହାଁମୁହିଁ ଧକ୍କା ହେବାରୁ ୯ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନ ରହିଛି। ଏହି ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ୫ଜଣ ପୁରୁଷ, ୩ଜଣ ମହିଳା ଓ ଜଣେ ପିଲା। ଏଥିରେ ଆହତ ହୋଇଥିବା ଆଉ ଜଣେ ୪ ବର୍ଷିୟ ପିଲାକୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ଗୋରେଗାଓଁ ପୁଲିସ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଇଛି। ଟ୍ରକ୍‌ଟି ମୁମ୍ବାଇ ଅଭିମୁଖେ ଯାଉଥିବା ବେଳେ କାର୍‌ଟି ରତ୍ନଗିରି ଜିଲ୍ଲାରେ ଥିବା ଗୁହାଗର୍‌କୁ ଯାଉଥିଲା। ଦୁର୍ଘଟଣାର କାରଣ ବିଷୟରେ ତଦନ୍ତ ଚାଲିଥିବା ବେଳେ ରାଜପଥରେ ଯାନବାହନ ଚଳାଚଳ ମଧ୍ୟ ସ୍ବାଭାବିକ ହୋଇଛି ବୋଲି ପୁଲିସ କହିଛି।