ଡୋପ୍ ଟେଷ୍ଟରେ ଧରାପଡି ନିଲମ୍ବିତ ହେଲେ ଦୂତି ଚାନ୍ଦ !

ଭୁବନେଶ୍ୱର,୧୮/୧: ଦୌଡରାଣୀ ଦୂତି ଚାନ୍ଦ ଡୋପ୍ ଟେଷ୍ଟରେ ଧରାପଡି ନିଲମ୍ବିତ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ମଧ୍ୟ ଜୋର ଧରିଛି। ତେବେ ଏହାକୁ ଅସ୍ୱୀକାର କରିଛନ୍ତି ଦୂତି । ଡୋପ ଟେଷ୍ଟରେ ବିଫଳ ହୋଇଥିବା କଥାକୁ ଅସ୍ୱୀକାର କରିଛନ୍ତି । ଦୂତି କହିଛନ୍ତି ଏଭଳି କୌଣସି ଚିଠି ମୋତେ ଏଯାଏଁ ମିଳିନାହିଁ । ପ୍ରସାରିତ ଖବର ସମ୍ପୂର୍ଣ୍ଣ ମିଛ । ଡୋପ୍ ଟେଷ୍ଟରେ ବିଫଳ କିମ୍ବା ନିଲମ୍ବିତ ହୋଇଥିବା ନେଇ କର୍ତ୍ତୃପକ୍ଷଙ୍କ ଠାରୁ କୌଣସି ମେଲ୍ ମିଳିନଥିବା କହିଛନ୍ତି ଦୂତି ।