୩ ରାଜ୍ୟରେ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ,୧୮/୧: ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ୩ ରାଜ୍ୟରେ ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନ । ଆସନ୍ତା ୧୬ ଫେବ୍ରୁଆରୀରେ ତ୍ରିପୁରା ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ୨୭ରେ ନାଗାଲାଣ୍ଡ ଓ ମେଘାଳୟରେ ନିର୍ବାଚନ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ସେହିଭଳି ମାର୍ଚ୍ଚ ୨ ତାରିଖରେ ୩ ରାଜ୍ୟର ଫଳାଫଳ ପ୍ରକାଶ ପାଇବ । ୩ଟି ରାଜ୍ୟରେ ୬୦ଟି ଲେଖାଏଁ ଆସନ ପାଇଁ ନିର୍ବାଚନ ହେବ । ଏହି ୩ ରାଜ୍ୟରେ ୩.୨୮ ଲକ୍ଷ ନୂଆ ମତଦାତା ପ୍ରଥମଥର ପାଇଁ ଭୋଟ ଦେବେ । ସେହିଭଳି ଏହି ୩ ରାଜ୍ୟରେ ମୋଟ ୬୨.୮ ଲକ୍ଷରୁ ଅଧିକ ଭୋଟର ରହିଛନ୍ତି ।