ରାଜଧାନୀରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୮/୧: ରାଜଧାନୀରେ ଲଜ୍ଜାଜନକ କାଣ୍ଡ।ଭୁବନେଶ୍ୱରର ପଟିଆ ରେଳଷ୍ଟେସନରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ଅଭିଯୁକ୍ତର ଘର ବାଙ୍କୀ ପଦନପୁରରେ ହୋଇଥିବା ସୂଚନା । ଅପହରଣ ପରେ ଦଉଡିରେ ବାନ୍ଧି ଦୁଷ୍କର୍ମ ହୋଇଥିଲା । ଗଣଦୁଷ୍କର୍ମର ଶିକାର ହୋଇଥିବା ଦୁଇଜଣ ନାବାଳିକାଙ୍କ ଅଭିଯୋଗ ଅନୁସାରେ, ଏମାନେ ପଟିଆ ଅଞ୍ଚଳରେ ରହୁନ୍ତି । ସୋମବାର ସନ୍ଧ୍ୟାରେ ପଟିଆ ରେଳଷ୍ଟେସନ ଯାଇଥିବାବେଳେ ଦୁଇଜଣ ଯୁବକ ସେମାନଙ୍କୁ ଅପହରଣ କରି ପଟିଆ ରେଳବାଇ ଓଭରବ୍ରିଜ ନିକଟକୁ ନେଇଯାଇଥିଲେ । ସେଠାରେ ଦୌଡିରେ ବାନ୍ଧି ରାତିସାରା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛିି । ସକାଳେ ଏହି ଦୁଇଜଣ ନାବାଳିକା ଘରକୁ ଆସି ପରିବାର ଲୋକଙ୍କୁ ଏ ସମ୍ପର୍କରେ କହିଥିଲେ । ପରିବାର ଲୋକେ ଏନେଇ ଦୁର୍ବୃତଙ୍କୁ ପଚାରିବାରୁ ସେମାନେ ଟଙ୍କାର ଲୋଭ ଦେଖାଇ ଘଟଣା ସମ୍ପର୍କର କାହା ଆଗରେ ନ କହିବାକୁ ଧମକ ଦେଇଥିଲେ । ସଂଧ୍ୟାରେ ଚାଇଲଡ ଲାଇନ ଏ ସମ୍ପର୍କରେ ଖବର ପାଇବା ପରେ ଇନଫୋସିଟି ଥାନା ସହାୟତାରେ ଦୁଇଜଣ ନାବାଳିକୁ ଉଦ୍ଧାର କରିଛି । ପୁଲିସ ସହାୟତାରେ ସେମାନଙ୍କୁ ଘଟଣାସ୍ଥଳକୁ ନିଆଯାଇଥିଲା । ଅଭିଯୋଗ ଅନୁସାରେ ଦୁଷ୍କର୍ମ ଶିକାର ହୋଇଥିବା ଜଣକର ବୟସ ୧୨ ବର୍ଷ ହୋଇଥିବାବେଳେ ଅନ୍ୟ ଜଣକର ବୟସ ୧୪ ବର୍ଷ ।