ରାଜ୍ୟରେ ଆଜି ୩୦୩ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୨୭/୧୨ (ଦି ପ୍ରଗତି ନ୍ୟୁଜ): ବର୍ତ୍ତମାନ କ୍ରମାଗତ ଭାବେ କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ସଂଖ୍ୟା କମି କମି ଚାଲିଛି । ସେହିପରି ଆଜି ମଧ୍ୟ ୨୬ ଜିଲ୍ଲାରୁ ୩୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୩୦୩ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୭୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୧୩୧ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୮୫୦୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧୬ , ବାଲେଶ୍ୱରରୁ ୧୬, ବରଗଡ଼ରୁ ୯, ଭଦ୍ରକ ରୁ ୪, ବଲାଙ୍ଗୀରରୁ ୧୮, ବୌଦ୍ଧ ରୁ ୧, କଟକରୁ ୧୬, ଦେଓଗଡ଼ରୁ ୨, ଢେଙ୍କାନାଳରୁ ୨, ଗଜପତିରୁ ୧, ଗଞ୍ଜାମରୁ ୪,  ଜଗତସିଂହପୁରରୁ ୫, ଯାଜପୁରରୁ ୧୬, ଝରସୁଗୁଡ଼ାରୁ ୫, କେନ୍ଦ୍ରାପଡା ରୁ ୩୧, କେନ୍ଦ୍ୁଝରରୁ ୨୩, ଖୋର୍ଦ୍ଧାରୁ ୩୧, କୋରାପୁଟରୁ ୧, ମୟୁରଭଞ୍ଜରୁ ୧୭, ନବରଙ୍ଗପୁର ରୁ ୬, ନୟାଗଡ଼ରୁ ୬, ନୂଆପଡ଼ାରୁ ୧୧, ପୁରୀରୁ ୧,  ସମ୍ବଲପୁରରୁ ୨୨, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୩୦ ଜଣ ଚିହ୍ନଟ ହୋଇଛନ୍ତି ।