ଜେପି ନଡ୍ଡାଙ୍କ କାର୍ଯ୍ଯକାଳ ବୃଦ୍ଧି

ନୂଆଦିଲ୍ଲୀ,୧୭/୧ : ବିଜେପିର ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡାଙ୍କ କାର୍ଯ୍ଯକାଳ ବୃଦ୍ଧି କରାଯାଇଛି । ସେ ଆସନ୍ତା ୨୦୨୪ ପର୍ଯ୍ୟନ୍ତ ଦଳର ସଭାପତି ପଦରେ ରହିବେ ବୋଲି ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ନିଆଯାଇଛି । ବିଜେପି କାର୍ଯ୍ୟକାରିଣୀ ବୈଠକ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ସଂପର୍କରେ ଘୋଷଣା କରିଛନ୍ତି ।