ଆସନ୍ତା ୧୯ ତାରିଖରୁ ରାଜ୍ୟରେ ପୁଣି ଆରମ୍ଭ ହେବ କରୋନା ଟୀକାକରଣ

ଭୁବନେଶ୍ୱର,୧୭/୧: ଆସନ୍ତା ୧୯ ତାରିଖରୁ ରାଜ୍ୟରେ ପୁଣି ଆରମ୍ଭ ହେବ କରୋନା ଟୀକାକରଣ ।  ଲୋକଙ୍କ ପାଇଁ କୋଭିସିଲ୍ଡ ଟିକା ଉପଲବ୍ଧ ହେବ । ଆଜି ୧ ଲକ୍ଷ କୋଭିସିଲ୍ଡ ଆସିବା ପରେ ସବୁ ଜିଳ୍ଲାକୁ ଭାଗ କରି ଦିଆଯିବ । ଯେଉଁମାନେ ଦ୍ୱିତୀୟ ଡୋଜ୍ କିମ୍ବା ବୁଷ୍ଟର ଡୋଜ୍ ନେଇନାହନ୍ତି ସମସ୍ତେ ଟିକା ନେବାକୁ କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ । ସଂକ୍ରମଣ ବଢ଼ିବା ଆଶଙ୍କାରେ ପୁଣି ଥରେ ଟିକାକରଣ ପାଇଁ ପଦକ୍ଷେପ ନେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ । ବର୍ତ୍ତମାନ ସୁଦ୍ଧା ମାତ୍ର ୪୦ ପ୍ରତିଶତ ଲୋକ ବୁଷ୍ଟର ଡୋଜ୍ ନେଇଥିବା ଜଣାପଡ଼ିଛି ।