ଦେଖାଯାଉନି ରାସ୍ତା; କୁହୁଡିରେ ଘୋଡେଇ ହେଲା ଟ୍ୱିନସିଟି

ଭୁବନେଶ୍ୱର,୧୬/୧: ରାଜ୍ୟରେ ଏବେ ଶୀତ କମ୍ ରହିଥିବା ବେଳେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି । କୁହୁଡ଼ି ଯୋଗୁଁ ଲୋକଙ୍କ ଯାତାୟତରେ ବାଧା ସୃଷ୍ଟି ହେଉଛି । ଚାରିଆଡ଼ ଧୂଆଁଳିଆ ପରିବେଶ ସୃଷ୍ଟି ହୋଇଛି । ଗତକାଲି ରାତିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା କୋରାପୁଟଙ୍କ ଠାରେ ୭.୫ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିପରି ଦାରିଙ୍ଗବାଡ଼ିରେ ୧୦ ଡ଼ିଗ୍ରୀ, କଟକରେ ୧୭ ଡ଼ିଗ୍ରୀ ଓ ଭୁବନେଶ୍ୱରରେ ୧୬.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ବିଶେଷ ଶୀତ ସମ୍ଭାବନା ନାହିଁ । ତାପମାତ୍ରାରେ ମଧ୍ୟ କୌଣସି ପରିବର୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।