ଦୀର୍ଘ ୧୧ ଦିନ ପରେ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଭୁବନେଶ୍ୱର, ୧୫/୧: ଆଜିଠାରୁ ଖୋଲିଛି ଭିତରକନିକା ଜାତୀୟ ଉଦ୍ୟାନ। ଦୀର୍ଘ ୧୧ ଦିନ ଧରି ଏଠାରେ କୁମ୍ଭୀର ଗଣନା ଚାଲିଥିବାରୁ ଏହା ବନ୍ଦ ଥିଲା। ଗତ ୪ରୁ ୧୪ ତାରିଖ ଯାଏ କୁମ୍ଭୀର ଗଣନା ଚାଲିଥିଲା। ଆଜି ସକାଳୁ ଭିତରକନିକା ଜାତୀୟ ଉଦ୍ୟାନରେ ଲୋକଙ୍କ ଭିଡ଼ ଦେଖା ଦେଇଛି। ଆଜି ସକାଳ ୭ଟା ବେଳେ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିଛି। ଏହାକୁ ନେଇ ପର୍ଯ୍ୟଟକଙ୍କ ମହଲରେ ଖୁସି ଦେଖିବାକୁ ମିଳିଛି। ଏଥର ସେମାନେ ଅଧିକସଂଖ୍ୟକ କୁମ୍ଭୀର ଦେଖିବାକୁ ପାଇବେ ପର୍ଯ୍ୟଟକ।

ଉଲ୍ଲେଖଯୋଗ୍ୟ, ବଉଳାକୁମ୍ଭୀରଙ୍କ ଭୂସ୍ବର୍ଗ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଛି। ଗତବର୍ଷ ଭିତରକନିକା ମଧ୍ୟରେ ଓ ବାହାରେ ଥିବା ନଦୀ, ନାଳଗୁଡିକରେ ୧୭୮୪ ଟି ବଉଳା କୁମ୍ଭୀର ଥିବାବେଳେ ଏ ବର୍ଷ ଏହି ସଂଖ୍ୟା ୧୭୯୩କୁ ବୃଦ୍ଧିପାଇଛି।