ପ୍ରଧାନମନ୍ତ୍ରୀଙ୍କ ୭୨ତମ ମନ କି ବାତ୍ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ, ୨୭/୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ତମ ମନ କି ବାତ୍ କାର୍ଯ୍ୟକ୍ରମ। ୨୦୨୦ ବର୍ଷର ଏହା ମୋଦିଙ୍କ ଶେଷ ମନ୍ କି ବାତ କାର୍ଯ୍ୟକ୍ରମ। ସେ କହିଛନ୍ତି ଯେ ଭୋକାଲ ଫର ଲୋକାଲ ନାରା ଆଜି ଘରେ ଘରେ ଶୁଣାଯାଉଛି।ଦେଶରେ ନୂଆ ସାମର୍ଥ୍ୟ ‘ଆତ୍ମନିର୍ଭରତା’ ସୃଷ୍ଟି ହୋଇଛି। କରୋନା ମୁକାବିଲାରେ ଜନତା କର୍ଫ୍ୟୁ ପ୍ରେରଣାଦାୟୀ ହୋଇଛି। ୨୦୨୧ରେ ଦେଶ ଆଗକୁ ବଢ଼ିବ।ଦେଶରେ ବିଦେଶୀ ସାମଗ୍ରୀର ବିକଳ୍ପ ସୃଷ୍ଟି ହୋଇଛି। ବଜାରରେ ଏବେ ଭାରତୀୟ ଖେଳଣା ବିକ୍ରି ହେଉଛି। ସେ ଏହା ମଧ୍ୟ କହିିିଛନ୍ତି ଯେ  ବିଦେଶୀ ସାମଗ୍ରୀର ସୂଚୀ ପ୍ରସ୍ତୁତ କରନ୍ତୁ ଓ ଭାରତୀୟ ସାମଗ୍ରୀର ଚାହିଦା ବଢ଼ୁଛି। ନୂଆ ବର୍ଷ ପାଇଁ ଦେଶବାସୀଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। କରୋନା ବେଳେ ଅନଲାଇନ ପାଠପଢ଼ା ପାଇଁ ଶିକ୍ଷକଙ୍କୁ ଧନ୍ୟବାଦ ଜଣାଇଛନ୍ତି।