ବିମାନ ଦୁର୍ଘଟଣାଗ୍ରସ୍ତ, ୭୨ଜଣ ମୃତ

ନୂଆଦିଲ୍ଲୀ,୧୫/୧: ନେପାଳ ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦରରେ ହୋଇଥିବା ବିମାନ ଦୁର୍ଘଟଣାରେ ସମସ୍ତ ୭୨ଜଣ ଯାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇସାରିଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୫ଜଣ ଭାରତୀୟ ଓ ୧୦ ଜଣ ବିଦେଶୀ ଯାତ୍ରୀ ଥିବା ଜଣାପଡିଛି । ସୂଚନା ମୁତାବକ ନେପାଳର ରାଜଧାନୀ କାଠମାଣ୍ଡୁରୁ ପୋଖରା ଯାଉଥିବା ଏହି ଯାତ୍ରୀବାହୀ ବିମାନ ପୋଖରା ବିମାନବନ୍ଦର ରନୱେରେ ଦୁର୍ଘଟଣାରେ ଶିକାର ହୋଇଥିଲା। ଏହି ବିମାନରେ ୬୮ଜଣ ଯାତ୍ରୀଙ୍କ ସହ ୪ଜଣ କ୍ରୁ ମେମ୍ବର ଥିଲେ । ସୂଚନା ମୁତାବକ ୭୨ ଜଣ ଯାତ୍ରୀ କ୍ଷମତା ଥିବା ଏହି ବିମାନଟି ପୋଖରା ବିମାନବନ୍ଦରରୁ ଉଡାଣ ଆରମ୍ଭ କରିବା ବେଳେ ଦୁର୍ଘଟଣାରେ ଶିକାର ହୋଇଥିଲା। ଏଥିପାଇଁ ବିମାନବନ୍ଦରକୁ ସମ୍ପୂର୍ଣ୍ଣ ଭାବେ ସିଲ କରାଯାଇଛି ।