ଦୁଲୁକୁଛି ବାରବାଟୀ ଷ୍ଟାଡିୟମ, ଉଦଘାଟିତ ହୋଇଛି ପୁରୁଷ ହକି ବିଶ୍ୱକପ

ଭୁବନେଶ୍ୱର,୧୧/୧: କଟକର ବାରବାଟୀ ଷ୍ଟାଡିୟମରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ପୁରୁଷ ହକି ବିଶ୍ୱକପ ଉଦଘାଟନ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର, ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ଏଫଆଇଏଚ ଅଧ୍ୟକ୍ଷ, ହକି ଇଣ୍ଡିଆର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ରହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ହକି ବିଶ୍ୱକପ ଆୟୋଜନ କରି ବେସ ଖୁସି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଥିଲେ । ସମସ୍ତ ଅତିଥିଙ୍କୁ ନବୀନ ନିଜ ଢଙ୍ଗରେ ସ୍ୱାଗତ କରିଥିଲେ । ଆତିଥ୍ୟ ଆମ ଓଡିଶାର ପରିଚୟ, କଟକରେ ଉଦଘାଟନୀ ଉତ୍ସବ ହେଉଛି ଆପଣ ମାନେ ଖୁସିତ ବୋଲି କହିଥିଲେ ନବୀନ ।