ହକି କ୍ରେଜ, କଟକରେ ଅଧାଦିନ ଛୁଟି ରହିିିବ ସ୍କୁଲ

ଭୁବନେଶ୍ୱର,୧୦/୧: ଆସନ୍ତାକାଲି କଟକରେ ଅଧାଦିନ ସ୍କୁଲ ଛୁଟି ରହିିିବ। ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ ଆସନ୍ତା କାଲି କଟକ ରେ ଅଧା ଦିନ ସ୍କୁଲ ଛୁଟି ଘୋଷଣା ହୋଇଛି । କଟକରେ ଦିନ ୨ଟା ପରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ଫଳରେ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ଆଦି ବନ୍ଦ ରହିବ । ଶିକ୍ଷାନୁଷ୍ଠାନ ବନ୍ଦ ନେଇ କଟକ ଜିଲ୍ଲାପାଳ ଘୋଷଣା କରିଛନ୍ତି ।ସେପଟେ ହକ୍‌ ବିଶ୍ୱକପ୍‌ ପୂର୍ବରୁ ସିଲଭର ସିଟି କଟକ ଏବେ ନୂଆ ରୂପ, ନୂଆ ଢଙ୍ଗରେ ସଜେଇ ହୋଇଛି । ରିଙ୍ଗ ରୋଡରୁ ଆରମ୍ଭ କରି ସାହି ଗଳି କନ୍ଦିରେ ଏବେ ସମସ୍ତେ ହକି ପାଇଁ ଦିୱାନା ହୋଇ ଉଠିଛନ୍ତି । ଦିନକ ପରେ ବାରବାଟୀ ଷ୍ଟାଡିୟମରେ ହେବ ଗ୍ରାଣ୍ଡ ଉଦଘାଟନ, ଆଉ ୧୩ରୁ ହେବ ଅସଲ ମୁକାବିଲା ।