ଆଜିଠୁ କମିବ ଶୀତ, କିଛି କିଛି ସ୍ଥାନରେ ଦେଖିବାକୁ ମିଳିବ କୁହୁଡ଼ି ଆସ୍ତରଣ

ଭୁବନେଶ୍ବର,୧୦/୧ : ରାଜ୍ୟରେ ଏବେ ପ୍ରବଳ ଜାଡ଼ ଲାଗି ରହିଥିବା ବେଳେ ଆଜିଠାରୁ ଶୀତ କମିବ। ୩ ଦିନରେ ପାଖାପାଖି ୩ରୁ ୪ ଡିଗ୍ରି ଯାଏ ଚଢ଼ିଯିବ ପାରଦ। ଫଳରେ ରାଜ୍ୟ ପ୍ରବଳ ଜାଡ଼ରୁ ମୁକ୍ତି ପାଇବ। ଗତକାଲି ସେମିଳିଗୁଡ଼ାଠା‌ରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୩.୭ଡିଗ୍ରି ରେକର୍ଡ ହୋଇଛି। ଏଥିସହ ୧୪ସହରର ତାପମାତ୍ରା ୧୦ଡିଗ୍ରି ତଳକୁ ରହିଥିଲା। ଆଜିଠାରୁ ଶୀତର ପ୍ରକୋପ କମିବ। ଶୀତ ପ୍ରକୋପ କମିବା ସହ କିଛି କିଛି ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିବ। ଆଜି ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ଆକାଶ ସମ୍ପୂର୍ଣ୍ଣ ନିର୍ମଳ ଓ ପାଗ ଖରାଟିଆ ରହିବ। ଦିନରେ ସର୍ବୋଚ୍ଚ ତାପମାତ୍ରା ୨୯ ଡିଗ୍ରି ଓ ସର୍ବନିମ୍ନ ୧୩ ଡିଗ୍ରି ରହିବ।