ରାୟଗଡ଼ା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକ ଗିରଫ

ଭୁବନେଶ୍ୱର,୯/୧: ଭିଜିଲାନ୍ସ ଜାଲରେ ପଡ଼ିଥିବା ରାୟଗଡ଼ା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକ ଗିରଫ ହୋଇଥିବାର ସୂଚନା ମିଳିଛି। ଗତକାଲି ରାତିରେ ତାଙ୍କଠାରୁ ଅନୈତିକ ଉପାୟରେ ଆୟ କରିଥିବା ୧୧ ଲକ୍ଷ ୩୪ ହଜାର ୫୬୦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ସୂଚନା ଅନୁଯାୟୀ ଗତ ୮ ତାରିଖ ରାତିରେ ରାୟଗଡ଼ା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକଙ୍କଠାରୁ ଓଡିଶା ଭିଜିଲାନ୍ସର ଏକ ଟିମ୍ ବ୍ୟାଗରେ ଥିବା ନଗଦ ୫ ଲକ୍ଷ ୪,୫୬୦ ଟଙ୍କା ଜବତ କରିଥିଲା। ସେ ଏହି ଟଙ୍କାକୁ ନିଜ ବୁଲେଟରେ ନେଇ ଭଡ଼ାଘରକୁ ଫେରୁଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ବାଟରେ ଅଟକାଇଥିଲା। ନଗଦ ୫ ଲକ୍ଷ ୪,୫୬୦ ଟଙ୍କର କେଉଁ ସୂତ୍ରରୁ ସେ ଆୟ କରିଛନ୍ତି, ସେନେଇ ରାୟଗଡ଼ା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ।ଏହାପରେ ଭିଜିଲା୍ସ ଟିମ୍ ତାଙ୍କର ଭଡ଼ାଘରେ ଚଢ଼ାଉ କରିଥିଲା। ସେଠାରୁ ନଗଦ ୬ ଲକ୍ଷ ୩୦ ହଜାର ଟଙ୍କା ମିଳିଥିଲା। ଏହିପରି ସମୁଦାୟ ନଗଦ ୧୧ ଲକ୍ଷ ୩୪, ୫୬୦ ଟଙ୍କା ଜବତକରିଥିଲା ଭିଜିଲାନ୍ସ ଟିମ୍।