ଯୋଶୀମଠରେ ଶଙ୍କରାଚାର୍ଯ୍ୟଙ୍କ ମାଧବ ଆଶ୍ରମ ମନ୍ଦିରରେ ଥିବା ଶିବଲିଙ୍ଗରେ ଫାଟ ସୃଷ୍ଟି

ନୂଆଦିଲ୍ଲୀ,୮/୧:ଭୁସ୍ଖଳନ ଯୋଗୁ ଉତରାଖଣ୍ଡରେ ପର୍ଯ୍ୟଟନ ସ୍ଥଳୀ ଯୋଶୀମଠର ଅଧିକାଂଶ ସ୍ଥାନରେ ଫାଟ ଦେଖିବାକୁ ମିଳିଛି । ଯୁଦ୍ଧକାଳୀନ ଭିତିରେ ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ବେଳେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଯୋଶୀମଠରେ ଶଙ୍କରାଚାର୍ଯ୍ୟଙ୍କ ମାଧବ ଆଶ୍ରମ ମନ୍ଦିରରେ ଥିବା ଶିବଲିଙ୍ଗରେ ଫାଟ ସୃଷ୍ଟି ହୋଇଛି । ଉତରଖଣ୍ଡର ଚାମୋଲି ଜିଲ୍ଲାର ଯୋଶୀମଠର ଥିବା ମା ଭଗବତୀଙ୍କ ମନ୍ଦିରରେ ଭୁସ୍ଖଳନ ପରେ ଏବେ ମାଧବ ଆଶ୍ରମ ମନ୍ଦିରରେ ଥିବା ଶିବଲିଙ୍ଗ ଫାଟିଯାଇଛି । ଯାହାର ଫଟୋ ଏବେ ସାମ୍ନାକୁ ଆସିଛି । ଭୁସ୍ଖଳନ ଯୋଗୁ ତିନି ଦିନରେ ୧୦ରୁ ଅଧିକ ଘର ଭୁଷୁଡି ପଡିଛି । ଯୋଶୀମଠ ଅଂଚଳରେ ଥିବା ପ୍ରାୟ ୬୦୦ ଘରେ ଫାଟ ଦେଖାଦେଇଛି । ଏପରି ସ୍ଥିତିରେ ସମଗ୍ର ଅଂଚଳ ପୋତି ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି । ହଜାର ହଜାର ଲୋକଙ୍କୁ ଅସ୍ଥାୟୀ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଘଟଣା ସ୍ଥଳରେ ପହଂଚି ପ୍ରଶାସନିକ ଅଧିକାରୀଙ୍କ ସହ ସମାଧାନ ନେଇ କଥା ହୋଇଛନ୍ତି ଉତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁସ୍କର ସିଂ ଧାମୀ ।