ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର,୮/୧: ପାଖାପାଖି ଦୁଇ ସପ୍ତାହ ପରେ କନ୍ଧମାଳ ଜିଲ୍ଲାକୁ ପୁଣି ଲେଉଟିଛି ଶୀତ। ଅସହ୍ୟ ଶୀତଲହରୀରେ ସାରା ଓଡିଶାଥରୁଛି। ଜିଲ୍ଲାର ଅଧିକାଂଶ ଅଞ୍ଚଳ ୧୦ ଡିଗ୍ରି ତଳେ। ଆଜି ଉଦୟଗିରିରେ ଦିନକରେ ୫ ଡିଗ୍ରି ହ୍ରାସ ପାଇ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରି ସେଲ୍‌ସିୟସ୍‌କୁ ଖସି ଆସିଛି। ସେହିପରି ଫୁଲବାଣୀରେ ୮.୫ ଡିଗ୍ରି ଏବଂ ଦାରିଙ୍ଗବାଡ଼ିରେ ୮ ଡିଗ୍ରି ରହିଛି। ଶୀତ ସାଙ୍ଗକୁ ଥଣ୍ଡା ପବନ ସହ୍ୟ କରିବା ସାଧାରଣ ଲୋକଙ୍କ ପାଇଁ କଷ୍ଟଦାୟକ ହୋଇଛି। ଗତ ଦୁଇ ଦିନ ଧରି ସମଗ୍ର ଜିଲ୍ଲାରେ ଘନ କୁହୁଡ଼ି ଲାଗି ରହିଛି। ରାତି ୮ଟାରୁ କୁହୁଡ଼ି ଆରମ୍ଭ ହୋଇ ପରଦିନ ଦିନ ପ୍ରାୟ ୧୦ଟା ପର୍ଯ୍ୟନ୍ତ କୁହୁଡ଼ିମୟ ହୋଇ ରହୁ୍‌ଥିବାରୁ ଯାତାୟାତରେ ବହୁ ସମସ୍ୟା ଉପୁଜୁଛି। ଗତ ସପ୍ତାହେ ଧରି ଜିଲ୍ଲାର ଉଦୟଗିରି ସମେତ ଦାରିଙ୍ଗବାଡ଼ି, ବେଲଘର, କୋଟଗଡ଼, ରାଇକିଆ, ସୁବର୍ଣ୍ଣଗିରି, ରାଣୀପଥର, କଳିଙ୍ଗା, ମଣ୍ଡାସରୁ ଆଦି ଅଞ୍ଚଳରେ ଶୀତର ପ୍ରକୋପ ବୃଦ୍ଧି ପାଇଛି।