ସନ୍ନ୍ୟାସ ନେବାକୁ ଘୋଷଣା କଲେ ସାନିଆ ମିର୍ଜା

ନୂଆଦିଲ୍ଲୀ,୭/୧: ଭାରତୀୟ ଟେନିସ୍ ସେନ୍ସେସନ୍ ସାନିଆ ମିର୍ଜା ନିଜ ପ୍ରଫେସନାଲ କାରିଅରରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି । ଫେବ୍ରୁଆରୀ ୧୯ ତାରିଖରେ ଦୁବାଇରେ ଖେଳା ଯିବାକୁ ଥିବା ଚ୍ୟାମ୍ପିଅନସିପରେ ସେ ଶେଷ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ସୂଚନା ଦେଇଛନ୍ତି । ଆଣ୍ଠୁରେ ସମସ୍ୟା ଯୋଗୁଁ ସେ ଆଉ ଖେଳିବେ ନାହିଁ ବରଂ ଖେଳରୁ ପୁରା ସନ୍ନ୍ୟାସ ନେବେ ବୋଲି ଘୋଷଣା କରିଛନ୍ତି । ତେବେ ୩୬ ବର୍ଷିୟା ସାନିଆ ଡବଲ୍ସରେ ବିଶ୍ୱର ୧ ନମ୍ବର ମାନ୍ୟତା ପାଇସାରିଛନ୍ତି । ଗତ ବର୍ଷ ଖେଳରୁ ସନ୍ନ୍ୟାସ ନେବାର ସୂଚନା ଦେଇଥିଲେ ବି ଆଣ୍ଠୁରେ ସମସ୍ୟା ଯୋଗୁଁ ଖୁବ୍ ଶୀଘ୍ର ଏହି ନିଷ୍ପତ୍ତି ନେଇଛନ୍ତି । ଫେବ୍ରୁଆରୀରେ ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ ସ୍ଲାମ୍ ଖେଳିବେ ସାନିଆ ।