ପୁଣି ଫେରିଲା ଶୀତ, ଥରିବ ଓଡିଶା

ଭୁବନେଶ୍ବର,୬/୧: ପୁଣି ରାଜ୍ୟକୁ ଶୀତ ଫେରିଛି। ତାପମାତ୍ରା ଧୀ‌ରେ ଧୀରେ ଖସିବା ଆରମ୍ଭ ହୋଇଗଲାଣି। ୨୪ ଘଣ୍ଟା ପରେ ତାପମାତ୍ରା ୩ରୁ ୫ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ। ଫଳରେ ଶୀତର ପ୍ରକୋପ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତରାତିରେ  ଭୁବନେଶ୍ବର ଓ କଟକର ରାତି ତାପମାତ୍ରାରେ ହ୍ରାସ ଦେଖିବାକୁ ମିଳିଥିଲା। କଟକର ସର୍ବନିମ୍ନ ୧୫.୨ଡିଗ୍ରି ଓ ଭୁବନେଶ୍ବରରେ ୧୫.୮ ଡିଗ୍ରି ରହିଥିଲା। ସକାଳେ କୁହୁଡ଼ିର ଘନତ୍ବ ଅଧିକ ରହିଥିଲା। କଟକ ଓ ଅନୁଗୁଳରେ ଦୃଶ୍ୟମାନ ଦୂରତା ୧୦୦ ମିଟର, ବଲାଙ୍ଗୀରରେ ୧୫୦ ମିଟର ଓ ଫୁଲବାଣୀରେ ୨୦୦ ମିଟର ରହିଥିଲା।